You are here
Home > New Year Status > ଧୀରେ ଧୀରେ ଦୁର୍ବଳ ହେଉଛି ବାତ୍ୟା ଅମ୍ଫାନ

ଧୀରେ ଧୀରେ ଦୁର୍ବଳ ହେଉଛି ବାତ୍ୟା ଅମ୍ଫାନ


କନକ ବ୍ୟୁରୋ: ଧୀରେ ଧୀରେ ଦୁର୍ବଳ ହେଉଛି ବାତ୍ୟା ଅମ୍ଫାନ । ୬ ଘଣ୍ଟା ଭିତରେ ଏକ୍ସଟ୍ରିମଲି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମର ରୂପ ନେବ । ଘଣ୍ଟାକୁ ୧୪କିମି ବେଗରେ ଉତ୍ତର ଦିଗକୁ ମୁହାଁଉଛି ବାତ୍ୟା । ପାରାଦୀପ ଠାରୁ ୫୨୦ କିଲୋମିଟର ଦୂରରେ ମହାବାତ୍ୟା ଅମ୍ଫାନ । କାଲି ଅପରାହ୍ଣରୁ ସନ୍ଧ୍ୟା ଭିତରେ ଦୀଘା-ହାତିଆ ମଝିରେ ଥିବା ସୁନ୍ଦରବନରେ ସ୍ଥଳଭାଗ ଛୁଇଁବ । ହିଟ୍ ବେଳେ ପବନର ବେଗ ୧୫୦ରୁ ୧୬୦ କିମି ରହିବ । ଓଡିଶା ଉପକୂଳ ପାଇଁ କାଲି ବିପଦ ରହିବ । ଓଡିଶା ଉପକୂଳରେ ଆଜି ଓ କାଲି ପ୍ରବଳ ବର୍ଷା ହେବ । ପ୍ରଥମେ ଜଗତସିଂହପୁର ପରେ କେନ୍ଦ୍ରାପଡାରେ ପ୍ରଭାବ ପଡିବ । ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ଅଧିକ ପ୍ରଭାବ ରହିବ । ବର୍ତ୍ତମାନ ଓଡିଶା ଉପକୂଳରେ ୪୦ରୁ ୫୦ କିମି ବେଗରେ ବହୁଛି । କାଲି ଉତ୍ତର ଓଡିଶା ଉପକୂଳରେ ପବନ ୧୧୦ରୁ ୧୨୦କିମି ରହିବ । ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ।

ମହାବାତ୍ୟା ଅମ୍ପାନ ଭୟଙ୍କର ରୂପରେ ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡକୁ ମୁହାଁଇଛି । ବଙ୍ଗୋପସାଗର ଭିତରେ ଏହା ମହାବାତ୍ୟା ରୂପ ନେଇ ସାରିବା ପରେ ଉତର ଦିଗରେ ଘଂଟାକୁ ପ୍ରାୟ ୧୪ କିଲୋମିଟର ବେଗରେ ଆଗେଇ ଚାଲିଛି । ଭାରତୀୟ ପାଣିପାଗ କେନ୍ଦ୍ର ପକ୍ଷରୁ ଆଜି ସାକଳ ସାଢେ ୫ଟାରେ ଜାରି ଶେଷ ବୁଲେଟିନ୍ ଅନୁଯାୟୀ ଏହା ୬ ଘଂଟା ଧରି ଏହି ବେଗରେ ଗତି କରୁଛି । ବାତ୍ୟାର କେନ୍ଦ୍ର ଓଡିଶାର ପାରାଦୀପର ଦକ୍ଷିଣ ଦିଗରେ ପ୍ରାୟ ୫ଶହ ୭୦ କିଲୋମିଟର ଏବଂ ପଶ୍ଚିମ ବଙ୍ଗ ଦିଘାର ଦକ୍ଷିଣ- ଦକ୍ଷିଣ ପଶ୍ଚିମ ଦିଗରେ ୭୨୦ କିଲୋମିଟର ଦୂରରେ ରହିଛି । ଏହି ବାତ୍ୟା ଆସନ୍ତା ୨୦ ତାରିଖରେ ପଶ୍ଚିମବଙ୍ଗର ଦିଘାରୁ ବାଂଲାଦେଶର ହାତିଆ ଦ୍ୱୀପ ମଧ୍ୟରେ ସୁନ୍ଦରବନରେ ଭୁଖଣ୍ଡକୁ ଛୁଇଁବ ବୋଲି ଆକଳନ କରାଯାଇଛି ।

ଆଗକୁ ପଢନ୍ତୁ

ଏହାର ପ୍ରଭାବ ଓଡିଶା ଉପକୂଳ, ପଶ୍ଚିମ ବଙ୍ଗ ଓ ବାଂଲାଦେଶରେ ଦେଖିବାକୁ ମିଳିବ ବୋଲି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର କହିଛି । ତେବେ ଏହି ବାତ୍ୟା ଏତେ ମାତ୍ରାରେ ଶକ୍ତିଶାଳୀ ଯେ ଏହା ବ୍ୟାପକ କ୍ଷୟକ୍ଷତି କରିବାକୁ ସକ୍ଷମ ବୋଲି ଆଇଏମଡି ମହାନିର୍ଦ୍ଦେଶକ କହିଛନ୍ତି । ବାତ୍ୟା ଅମ୍ଫାନ ଯୋଗୁଁ ମୁଖ୍ୟତଃ ପଶ୍ଚିମବଙ୍ଗର ଦକ୍ଷିଣ ଓ ଉତର ୨୪ ପ୍ରଗଣା, ପୂର୍ବ ମେଦିନାପୁର ଅଂଚଳରେ ବ୍ୟାପକ କ୍ଷୟକ୍ଷତି ହେବା ସମ୍ଭାବନା ରହିଛି । ଅନ୍ୟପଟେ ଏହାର ପ୍ରଭାବ ଓଡିଶା ଉପକୂଳରେ ପଡିବ ବୋଲି ସେ ସୂଚନା ଦେଇଛନ୍ତି । ବିଶେଷ କରି ଉତର ଉପକୂଳ ଓଡିଶାରେ ଏହାର ପ୍ରଭାବ ବେଶ ଅନୁଭୁତ ହେବ । ତେବେ ଓଡିଶାରେ ପଶ୍ଚିମବଙ୍ଗ ତୁଳନାରେ କମ କ୍ଷୟକ୍ଷତି ହେବ ବୋଲି ଆକଳନ କରିଛି ଆଇଏମଡି ।

ମହାବାତ୍ୟା ଅମ୍ଫାନ ଏବେ ସମୁଦ୍ର ମଧ୍ୟରେ ଗତି କରୁଥିବାବେଳେ ଏହାର ପ୍ରଭାବରେ ଆଜି ଉତର ଓଡିଶା ଉପକୂଳରେ ଘଂଟା ପ୍ରତି ୫୫ରୁ ୬୫ କିଲୋମିଟର ବେଗରେ ପବନ ବହିବା ପୂର୍ବାନୁମାନ କରାଯାଇଛି । ସ୍ଥାନେ ସ୍ଥାନେ ପବନର ବେଗ ୭୫ କିଲୋମିଟର ପର୍ଯ୍ୟନ୍ତ ଯାଇପାରେ । ତେବେ ମେ’ ୨୦ ତାରିଖ ଅର୍ଥାତ ବୁଧବାର ପବନର ବେଗ ବୃଦ୍ଧି ପାଇ ବତାସର ରୂପ ନେବ ଏବଂ ଉତର ଓଡିଶା ଉପକୂଳର ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର ଓ ମୟୁରଭଞ୍ଜ ଜିଲ୍ଲାରେ ଘଂଟା ପ୍ରତି ୭୫ରୁ ୮୫ ଏବଂ ସ୍ଥାନେ ସ୍ଥାନେ ୯୫ କିଲୋମିଟର ରହିବା ପୂର୍ବାନୁମାନ କରାଯାଇଛି ।

ପରବର୍ତୀ ସମୟରେ ପବନର ବେଗ ବୃଦ୍ଧି ପାଇ ଉତର ଓଡିଶା ଉପକୂଳରେ ଘଂଟା ପ୍ରତି ୧୧୦ରୁ ୧୨୦ କିଲୋମିଟର ଏବଂ ମଝିରେ ମଝିରେ ୧୩୫ କିଲୋମିଟର ଯାଏଁ ରହିପାରେ । ଏଥିପାଇଁ ଆଂଚଳକ ପାଣିପାଗ ବିଭାଗ ପକ୍ଷରୁ ସମ୍ଭାବ୍ୟ କ୍ଷୟକ୍ଷତିର ଆକଳନ କରାଯାଇଛି । ଉତର ଓଡିଶା ଉପକୂଳ ଜିଲ୍ଲାଗୁଡିକରେ ଚାଳ ଛପର, ଝୁମ୍ପୁଡି ଘର ନଷ୍ଟ ହେବା ଆଶଙ୍କା ରହିଛି । ହୋଡିଂ, ଟିଣ ଛପର ପ୍ରଭୃତି ଉଡନ୍ତା ଜିନିଷ ଅତ୍ୟଧିକ କ୍ଷତି କରିବା ଆଶଙ୍କା ରହିଛି । ଟେଲିଫୋନ୍ ଓ ବିଦ୍ୟୁତ ଖୁଂଟ ଉପୁଡି ଯିବା କିମ୍ବା ବଙ୍କା ହୋଇଯିବାର ଆଶଙ୍କା ରହିଛି । ବିଲରେ ଥିବା ଫସଲ, ନଡିଆ ଗଛ, ଖଜୁରୀ ଗଛ ନଷ୍ଟ ହୋଇଯିବାର ଆଶଙ୍କା ରହିଛି । ଝଙ୍କାଳିଆ ଗଛର ଡାଳ ଭାଙ୍ଗି ଦୂର ସ୍ଥାନକୁ ଉଡିଯିବାର ଆଶଙ୍କା ଥିବାରୁ ସତର୍କ ରହିବା ପାଇଁ ପାଣିପାଗ ବିଭାଗ ପରାମର୍ଶ ଦେଇଛି ।





Source link

Leave a Reply

Top
Bitnami