You are here
Home > New Year Status > ବିଦେଶ ଯିବାକୁ ରାକ୍ଷୀଙ୍କ ମନ | Kanak News

ବିଦେଶ ଯିବାକୁ ରାକ୍ଷୀଙ୍କ ମନ | Kanak News


କନକ ବ୍ୟୁରୋ: ସାରା ବିଶ୍ୱକୁ ଘାରିଛି କରୋନା ଭୟ । ଏପରି ସମୟରେ ବିଦେଶରେ ଥିବା ଭାରତୀୟ ନିଜ ଦେଶକୁ ଚାଲି ଆସିବାକୁ ଚାହୁଁଛନ୍ତି । ସରକାର ମଧ୍ୟ ସ୍ୱତନ୍ତ୍ର ବିମାନ ଯୋଗେ ବିଦେଶରେ ଥିବା ଭାରତୀୟଙ୍କୁ ସ୍ୱଦେଶ ଫେରାଇ ଆଣୁଛନ୍ତି । ହେଲେ ଏମିତି ବି କିଛି ଲୋକ ଅଛନ୍ତି ଯେଉଁମାନେ ବିଦେଶ ଉଡିଯିବାକୁ କହୁଛନ୍ତି । ସେହେଲେ ବିବାଦୀୟ ଆଇଟମ ଅଭିନେତ୍ରୀ ରାକ୍ଷୀ ସାୱନ୍ତ । ସୋସିଆଲ ମିଡିଆରେ ଭିଡିଓ ସେୟାର କରି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କ ପ୍ରାଇଭେଟ୍ ଜେଟ୍ ମାଗିଛନ୍ତି ରାକ୍ଷୀ ସାୱନ୍ତ ।

ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ସେୟାର କରି ରାକ୍ଷୀ ସାୱନ୍ତ କହିଛନ୍ତି ସେ ବି ନିଜ ସ୍ୱାମୀଙ୍କ ପାଖକୁ ଯିବାକୁ ଚାହୁଁଛନ୍ତି । ଯାହା ପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଖରେ ଅପିଲ କରି କହିଛନ୍ତି, ତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରାଇଭେଟ୍ ଜେଟ୍ ଦିଆଯାଉ । ଯେଉଁଥିରେ ସେ ଭାରତ ବାହାରକୁ ଉଡି ପଳେଇବେ ନିଜ ସ୍ୱାମୀଙ୍କ ନିକଟକୁ ।

ଆଗକୁ ପଢନ୍ତୁ

ଦେଶରେ ଲକ୍ଡାଉନ୍ ଅବଧି ୩ ମେ ପର୍ଯ୍ୟନ୍ତ ବଢିବା ପରେ ମୁମ୍ବାଇ ବାନ୍ଦ୍ରାରେ ଦେଖିବାକୁ ମିଳିଥିଲା ଶତାଧିକ ଶ୍ରମିକଙ୍କ ଗହଳି । ନିଜ ନିଜ ଘରକୁ ଫେରିବାକୁ ଚାହୁଁଥିବା ଏହି ଶ୍ରମିକଙ୍କୁ ନେଇ ସାରା ଦେଶରେ ଉଦବେଗ ପ୍ରକାଶ ପାଇଥିଲା । ଯେଉଁଠି ଲୋକେ ଏହି ଦୃଶ୍ୟକୁ ସୋସିଆଲ ମିଡିଆରେ ଦେଖିବା ପରେ ଦୁଃଖ ପ୍ରକାଶ କରିଥିଲେ, ସେଠାରେ ବଲିଉଡ୍ର ବିବାଦୀୟ ଆଇଟମ୍ ନାୟିକା ରାକ୍ଷୀ ସାୱନ୍ତ କିଛି ଭିନ୍ନ ପ୍ରତିରକ୍ଷା ରଖିଛନ୍ତି । ଘରୁ କାହିଁକି ବାହାରି ଶ୍ରମିକମାନେ ଭିଡ ଜମାଇଛନ୍ତି ସେ ନେଇ ରାଗ ଦେଖାଇଛନ୍ତି ନାୟିକା ।

ରାକ୍ଷୀ ସାୱନ୍ତ ସବୁବେଳେ ସୋସିଆଲ ମିଡିଆରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଥାନ୍ତି । ଏବେ କରୋନା ପରିସ୍ଥିତିକୁ ନେଇ ମଧ୍ୟ ଅନେକ ଭିଡିଓ ସେୟାର କରୁଛନ୍ତି ଏହି ନାୟିକା । ଆଉ ତାଙ୍କର ଏହି ସବୁ ଭିଡିଓରେ ଫଲୋଅର୍ସମାନେ ପ୍ରତିକ୍ରିୟା ମଧ୍ୟ ରଖୁଛନ୍ତି ।





Source link

Leave a Reply

Top
Bitnami