You are here
Home > New Year Status > ବିଳମ୍ବରେ ଆସିଲେ ଗାଡି ପ୍ରତ୍ୟାହାର | Kanak News

ବିଳମ୍ବରେ ଆସିଲେ ଗାଡି ପ୍ରତ୍ୟାହାର | Kanak News


ବିଳମ୍ବରେ ଆସୁଥିବାରୁ ପଦକ୍ଷେପ

କନକ ବ୍ୟୁରୋ: ବିଳମ୍ବରେ ଅଫିସ ଆସିଲେ ସରକାରୀ ଗାଡି ପ୍ରତ୍ୟାହାର ହେବ । ବିଳମ୍ବରେ ଆସୁଥିବା ବରିଷ୍ଠ ଅଧିକାରୀଙ୍କ ପାଇଁ ଆଭିମୁଖ୍ୟ ଆପଣେଇଛି ଉଚ୍ଚଶିକ୍ଷା ବିଭାଗ । ଏନେଇ ବରିଷ୍ଠ ଅଧିକାରୀଙ୍କୁ କଡା ତାଗିଦ କରିଛନ୍ତି ଉଚ୍ଚଶିକ୍ଷା ବିଭାଗର ସଚିବ । ବିଭାଗୀୟ ଅଧିକାରୀଙ୍କୁ ସରକାର ଗାଡି ଯୋଗାଇ ଦିଆଯାଉଛି ।

ଆଗକୁ ପଢନ୍ତୁ

ଏହାସତ୍ୱେ ଅଧିକାରୀମାନେ ସକାଳ ୧୦ଟାରେ ପହଂଚି ପାରୁ ନାହାନ୍ତି. ବିଳମ୍ବରେ କାର୍ଯ୍ୟାଳୟକୁ ଆସୁଛନ୍ତି । ତେଣୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କଡା ଆଭିମୁଖ୍ୟ ଗ୍ରହଣ କରାଯାଇଛି । ବିଭାଗୀୟ ଅଧିକାରୀଙ୍କୁ ଠିକ ସମୟରେ ଅଫିସ ଆସିବାକୁ ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚ ଶିକ୍ଷା ସଚିବ । ସଚିବଙ୍କ ଏହି ନିର୍ଦ୍ଦେଶନାମା ଅଗଷ୍ଟ ପହିଲାରୁ ଲାଗୁହେବ । ଯଦି ଅଧିକାରୀମାନେ ବିଳମ୍ବରେ କାର୍ଯ୍ୟାଳୟକୁ ଆସନ୍ତି, ତେବେ ସେମାନଙ୍କ ଠାରୁ ଗାଡି ପ୍ରତ୍ୟାହାର କରିନିଆଯିବ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |





Source link

Leave a Reply

Top
Bitnami