You are here
Home > New Year Status > ଭୁବନେଶ୍ୱରରେ ଆଜି ଠାରୁ ମାସ୍ ଟେଷ୍ଟିଙ୍ଗରେ ୧୩ଟି ଟିମ୍ : ପ୍ରତ୍ୟକ ଦିନ ଦୁଇଟି ପର୍ଯ୍ୟାୟରେ ହେବ ପରୀକ୍ଷା, ସକାଳ ୮ ରୁ ୧୧ ଏବଂ ଅପରାହ୍ନ ୪ରୁ ୬ଟା ଯାଏଁ ହେବ ନମୁନା ସଂଗ୍ରହ

ଭୁବନେଶ୍ୱରରେ ଆଜି ଠାରୁ ମାସ୍ ଟେଷ୍ଟିଙ୍ଗରେ ୧୩ଟି ଟିମ୍ : ପ୍ରତ୍ୟକ ଦିନ ଦୁଇଟି ପର୍ଯ୍ୟାୟରେ ହେବ ପରୀକ୍ଷା, ସକାଳ ୮ ରୁ ୧୧ ଏବଂ ଅପରାହ୍ନ ୪ରୁ ୬ଟା ଯାଏଁ ହେବ ନମୁନା ସଂଗ୍ରହ


କନକ ବ୍ୟୁରୋ : ଭୁବନେଶ୍ୱରରେ ମାସ୍ ଟେଷ୍ଟିଂ କରିବା ନେଇ ଘୋଷଣାର ଦିନକ ପରେ ଏହି ଦିଗରେ ପ୍ରକ୍ରିୟା ଆରମ୍ଭ କରିଛି ବିଏମସି । କରୋନା ସନ୍ଦିଗ୍ଧଙ୍କ ନମୂନା ପରୀକ୍ଷା ପାଇଁ ବିଏମସି ପକ୍ଷରୁ ୩ଟି ଜୋନରେ ୧୩ଟି ଟିମ ଗଠନ ହୋଇଛି । ପ୍ରତ୍ୟେକ ଟିମରେ ସ୍ୱାସ୍ଥ୍ୟକର୍ମୀ, ଶିକ୍ଷକ ଓ ପରିମଳ କର୍ମଚାରୀ ରହିବେ । ଏମାନେ ପ୍ରତ୍ୟେକ ଦିନ ୨ଟି ସିଫ୍ଟରେ କାମ କରିବେ । ଦିନ ୮ଟାରୁ ୧୧ଟା ଓ ଅପରାହ୍ନ ୪ଟାରୁ ସଂଧ୍ୟା ୬ଟା ଯାଏଁ ନମୂନା ସଂଗ୍ରହ କରିବେ । ଏନେଇ ବିଏମସି ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଭୁବନେଶ୍ବରରେ ଆସନ୍ତା ୭ ଦିନ ମଧ୍ୟରେ କେବଳ ୫୦୦୦ ଲୋକଙ୍କର ସ୍ବାବ୍ ଟେଷ୍ଟ ହେବ। କରୋନା କ୍ଷେତ୍ରରେ ସବୁଠାରୁ ସମ୍ବେଦନଶୀଳ ବୋଲି ବିବେଚନା କରାଯାଉଥିବା ବ୍ୟକ୍ତିଙ୍କୁ ସରକାର ଚିହ୍ନଟ କରି ସେମାନେ କୋଭିଡ୍-୧୯ ପଜିଟିଭ୍ ଅଛି କି ନାହିଁ, ତାହା ଜାଣିବାକୁ ଚେଷ୍ଟା କରିବେ। ଅଧିକାଂଶ କରୋନା ସଂକ୍ରମିତଙ୍କର କୌଣସି ଲକ୍ଷଣ ପ୍ରକାଶ ପାଉନଥିବା କାରଣରୁ କାଳେ ସମସ୍ତଙ୍କ ଅଲକ୍ଷ୍ୟରେ ଆଉ କେଉଁଠାରେ କରୋନା ପଜିଟିଭ୍ ରହିଥିବ, ହଠାତ୍ ଏହା ପୁଣି ବ୍ୟାପକ ରୂପ ନେଇପାରେ। ଏମିତି ଆଶଙ୍କା କରି ସରକାର ସପ୍ତାହବ୍ୟାପି ବଡ଼ ଧରଣର ଅଭିଯାନ ଆରମ୍ଭ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ଲୁଚି ରହିଥିବା ସଂକ୍ରମିତଙ୍କୁ ସାମ୍ନାକୁ ଆଣିବା ଓ ସଂପୃକ୍ତ ବ୍ୟକ୍ତି ଅନ୍ୟକୁ ସଂକ୍ରମିତ କରିବା ପୂର୍ବରୁ ତାଙ୍କୁ ଠାବ କରିବା।

ଆଗକୁ ପଢନ୍ତୁ

କାହାର ନମୁନା ପରୀକ୍ଷା ହେବ ? 

  • ଦେଶ, ରାଜ୍ୟ ବାହାରୁ ଆସିଥିଲେ
  • କରୋନା ଲକ୍ଷଣ ରହିଥିଲେ
  • ସଂକ୍ରମିତଙ୍କ ସହ ପ୍ରତ୍ୟକ୍ଷ ସଂପର୍କ
  • କୋଭିଡ୍ ହସ୍ପିଟାଲର ସ୍ବାସ୍ଥ୍ୟ କର୍ମୀ
  • ଫ୍ଲୁ ଭଳି ଆକ୍ରାନ୍ତ ଲକ୍ଷଣ ଥିଲେ
  • ସାହି ବସ୍ତିରେ ରହୁଥିବା ବ୍ୟକ୍ତିବିଶେଷ
  • ସ୍ୱାସ୍ଥ୍ୟକର୍ମୀ, ପୁଲିସ ଓ ଜରୁରୀ ସେବାରେ ଥିଲେ
  • ୬୦ଓ ୬୦ରୁ ଅଧିକ ବୟସ୍କ ବ୍ୟକ୍ତି
  • ଡାଇବେଟିସ୍ ଓ ଉଚ୍ଚରକ୍ତଚାପ ରୋଗୀ
  • ଯେ କୌଣସି ସାଧାରଣଲୋକ





Source link

Leave a Reply

Top
Bitnami