You are here
Home > New Year Status > ରେଡ୍ ଜୋନରେ ଅନୁଗୁଳ | Kanak News

ରେଡ୍ ଜୋନରେ ଅନୁଗୁଳ | Kanak News


କନକ ବ୍ୟୁରୋ: ରେଡ୍ ଜୋନରେ ଅନୁଗୁଳ । ଅନୁଗୁଳରେ ଲାଗୁ ହେଲା ରେଡ ଜୋନ କଟକଣା । ଆଜି ଜିଲ୍ଲାରେ ପ୍ରଥମ ଥର ପାଇଁ ୧୩ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଅନୁଗୁଳକୁ ରେଡ୍ ଜୋନ ଭାବେ ଘୋଷଣା କଲେ ଜିଲ୍ଲାପାଳ ମନୋଜ ମହାନ୍ତି । ତେବେ ସାମାଜିକ ଦୂରତା ମାନିବାକୁ ପରାମର୍ଶ ଦେବା ସହ ନିମୟ ନମାନିଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଛନ୍ତି ଜିଲ୍ଲାପାଳ । ଆଜି କରୋନା ପ୍ରଥମ ଥର ଅନୁଗୁଳ ଜିଲ୍ଲାକୁ ଛୁଇଁଛି କରୋନା । ଅନୁଗୁଳର ୧୩ ଜଣଙ୍କ ମଧ୍ୟରୁ ୧୧ଜଣ ହେଉଛନ୍ତି ସୁରତ ସୁରତ ଫେରନ୍ତା ଓ ଜଣେ ମହାରାଷ୍ଟ୍ର ଫେରନ୍ତା ବୋଲି ସୂଚନା ଦିଆଯାଇଛି। ଅପରପକ୍ଷରେ ଜଣେ କରୋନା ଆକ୍ରାନ୍ତ ସ୍ଥାନୀୟ ବ୍ୟକ୍ତି ବୋଲି କୁହାଯାଇଛି।

ଆଗକୁ ପଢନ୍ତୁ

ବର୍ତ୍ତମାନ ସୁଦ୍ଧା ଓଡ଼ିଶାର ୨୦ଟି ଜିଲ୍ଲାରୁ ମୋଟ ୩୫୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୧୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାଜପୁର ଜିଲ୍ଲାରୁ ଦ୍ୱିତୀୟ ସର୍ବାଧିକ ୫୫ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୫୦ ଜଣ, ବାଲେଶ୍ୱର ଜିଲ୍ଲାରୁ ୪୨ ଜଣ, ଭଦ୍ରକ ଜିଲ୍ଲାରୁ ୨୫ ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୧୩ ଜଣ, ଅନୁଗୁଳ ଜିଲ୍ଲାରୁ ୧୩ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୮ ଜଣ, ଜଗତସିଂହପୁର ଜିଲ୍ଲାରୁ ୫ ଜଣ, ମୟୂରଭଞ୍ଜ ଜିଲ୍ଲାରୁ ୮ ଜଣ, ବଲାଙ୍ଗୀର, ଝାରସୁଗୁଡ଼ା, କେନ୍ଦୁଝର, କଟକ ଓ କଳାହାଣ୍ଡି ଜିଲ୍ଲାରୁ ୨-୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏତଦ ବ୍ୟତୀତ ନୟାଗଡ଼, କୋରାପୁଟ, ଦେବଗଡ଼, ଢେଙ୍କାନାଳ ପୁରୀ ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।





Source link

Leave a Reply

Top
Bitnami